ମାର୍ଚ୍ଚରେ ରେକର୍ଡସ୍ତରରେ ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ରେକର୍ଡସ୍ତରରେ ୧.୨୩ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଗତବର୍ଷ ତୁଳନାରେ ଏହା ୨୭ ପ୍ରତିଶତ ଅଧିକ ରହିଛି। ଅର୍ଥ ମନ୍ତ୍ରଣାଳୟର କହିବାନୁସାରେ, ଗତ ୬ ମାସରେ ଜିଏସଟି ରାଜସ୍ୱ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହି ଅବଧିରେ ଖୁବ୍ ଦ୍ରୁତ ଗତିରେ ବୃଦ୍ଧି କରୋନା ମହାମାରୀ ପରେ ଆର୍ଥିକ ଅଭିବୃଦ୍ଧିର ସଙ୍କେତ ଦେଉଛି।

୨୦୨୧ ମାର୍ଚ୍ଚରେ ଜିଏସଟି ରାଜସ୍ୱ ୧ଲକ୍ଷ୨୩ହଜାର ୯୦୨ କୋଟି ଟଙ୍କା ହୋଇଥିବାବେଳେ କେନ୍ଦ୍ରୀୟ ଜିଏସଟି ୨୨,୯୭୩ କୋଟି, ରାଜ୍ୟ ଜିଏସଟି ୨୯, ୩୨୯ କୋଟି ଓ ଏକୀକୃତ ଜିଏସଟି ୬୨, ୮୪୨ କୋଟି ଟଙ୍କା ରହିଛି।