ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତାଜା ରିପୋର୍ଟ

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡ଼ୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହ ସୁରକ୍ଷିତ ଅଛନ୍ତି। ବାଙ୍ଗାଲୁରର କମାଣ୍ଡ ହସ୍ପିଟାଲରେ ଏବେ ତାଙ୍କ ଚିକିତ୍ସା ଜାରି ରହିଛି। କ୍ୟାପଟେନ ସିଂହଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବାବେଳେ ଜୀବନ ରକ୍ଷାକାରୀ ପ୍ରଣାଳୀରେ ରଖାଯାଇଛି। ଏନେଇ ଭାରତୀୟ ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପିତା ପୂର୍ବତନ କର୍ଣ୍ଣେଲ କେପି ସିଂହଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

ସେନା ସୂତ୍ର ଅନୁସାରେ, ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କର ଏପର୍ଯ୍ୟନ୍ତ ୩ଥର ଅପରେସନ ହୋଇସାରିଛି। ବର୍ତ୍ତମାନ ସମୟରେ କ୍ୟାପଟେନଙ୍କ ପିତା ବାଙ୍ଗାଲୁରୁରେ ଉପସ୍ଥିତ ରହିଛନ୍ତି।