ମୁମ୍ବାଇ: କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ବିପଦ ମଧ୍ୟରେ ମୁମ୍ବାଇରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବାକୁ ପଦକ୍ଷେପ ନିଆଯାଇଛି। କରୋନା କଟକଣା ମଧ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଡିସେମ୍ବର ୧୫ରୁ ଖୋଲିବ। କିନ୍ତୁ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ତରଫରୁ ଏନେଇ ଆଦେଶ ଜାରି କରାଯାଇଛି।
ସୂଚନାଯୋଗ୍ୟ, ମୁମ୍ବାଇରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୪ରୁ ଆରମ୍ଭ ହୋଇଯାଇଛି। ଏସମ୍ବନ୍ଧରେ ସେପ୍ଟେମ୍ବର ୨୯ରେ ଆଦେଶ ଜାରି କରାଯାଇଥିଲା।