ଓଡ଼ିଶାରେ ଖୋଲିବ ୧୧ ସାଇବର ଥାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧିକ ଥାନା ଖୋଲିବ। ଏଥିରେ କଟକ, ଭୁବନେଶ୍ୱର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳ, କୋରାପୁଟ, ଭବାନୀପାଟଣା, ମୟୁରଭଞ୍ଜ, କନ୍ଧମାଳ ଓ ପୁରୀ ସାମିଲ ହୋଇଛି। ୧୧ଟି ସାଇବର ଥାନାରେ ୧୫୪ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିଯୁକ୍ତି ପାଇବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।