ବଲାଙ୍ଗିରରେ ଦର ତାଲିକା ପ୍ରକାଶ କଲା ପ୍ରଶାସନ

ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ଲାଗୁ ହେବା ପରେ ବଲାଙ୍ଗିରରେ କେତେକ ଅସାଧୁ ବ୍ୟବସାୟୀ ଅତ୍ୟାବଷ୍ୟକୀୟ ସାମଗ୍ରୀର ଦରଦାମ ଅହେତୁକ ଭାବେ ବୃଦ୍ଧି କରିଥିଲେ । ତେବେ ଏ ନେଇ ଅଭିଯୋଗ ହେଲା ପରେ ପ୍ରଶାସନ କେତେକ ଗୋଦାମରେ ଚଡାଉ କରିଥିଲା । ତଥାପି ମଧ୍ୟ ଖୁଚୁରା ବଜାର ରେ ଦର ନିୟନ୍ତ୍ରଣ ହୋଇ ପାରିନଥିଲା । ଫଳରେ ପ୍ରଶାସନ ଆଜି ଅତ୍ୟାବଷ୍ୟକୀୟ ସାମଗ୍ରୀର ଦର ନିର୍ଦ୍ଧାରଣ କରିଛି । ନିର୍ଦ୍ଧାରିତ ଦର ଠାରୁ ଅଧିକ ଦାମରେ ବିକିଲେ ଆଇପିସିର ଧାରା ୧୮୮ ଓ ଏସେନସିଏଲ କମୋଡୋଟି ଆକ୍ଟ ୧୯୫୫ ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ବୋଲି ପ୍ରଶାସନ ଚେତେଇ ଦେଇଛି ।

ପ୍ରଶାସନ ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ଖୁଚୁରା ବଜାର ରେ ହରଡ ଡାଲି କିଲୋ ପ୍ରତି ୯୫ , ମୁଗଡାଲି ୧୨୦, ମସୁର ଡାଲି ୭୦, ଚଣା ଡାଲି ୬୯, ବିରି ଡାଲି ୧୦୦,ମଟର ଡାଲି ୬୫,ସୂର୍ଯ୍ୟମୁଖି ରିଫାଇନ ତେଲ ୧୦୭, ରାଇସବ୍ରାନ ରିଫାଇନ ତେଲ ୮୭,ସୋରିଶ ତେଲ ଟାଇଗର ୧୦୦ ,ସୋରିଶ ତେଲ ଡବଲ ହୀରନ ୧୧୫,ଅଟା ବାଲାଜୀ ଓ ଆଶର୍ବାଦ ବ୍ରାଣ୍ଡ ୩୧ ତଥା ୩୬,ଆଳୁ ୨୫,ପିଆଜ ୩୦ , ଚାଉଳ ଉସୁନା ସାଧାରଣ ୨୮,ଚୁଡା ଖୋଲା ୩୨,ଚିନି ୪୦ ଓ ଗୁଡ ୪୮ ଟଙ୍କା କିଲୋ ନିର୍ଦ୍ଧାରଣ କରାଯାଇଛି । ସୂଚନାଯୋଗ୍ୟ ଯେ , ଅନ୍ୟ ଜିଲ୍ଲାମାନଙ୍କ ଭଳି ପ୍ରଶାସନ ଜିଲ୍ଲାରେ ଅତ୍ୟାବଷ୍ୟକୀୟ ସାମଗ୍ରୀର ଦର ନିର୍ଦ୍ଧାରଣ କରୁ ବୋଲି ନିତିଦିନରେ ପ୍ରକାଶିତ ହୋଇଥିଲା ।