ଖୋର୍ଦ୍ଧା,ଏନ୍ଏନ୍ଏସ୍: ବୋଲଗଡ ବ୍ଲକ୍ ସାନପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାସୋଳ ଗ୍ରାମର ହରି ପରିଡାଙ୍କ ପୁଅ ଚାଷୀ କୁମର ପରିଡା(୬୧)ଙ୍କର ଆଜି ଅପରାହ୍ନ ସାଢ଼େ୫ଟା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି। ତେବେ ସେ ଆଜି ବିଲକୁ ମୁଗ ଉପାଡିବାକୁ ଯାଇଥିଲେ।
କାମସାରି ସାଥିରେ ନେଇଥିବା ଗାଇକୁ ଧରି ଘରକୁ ଫେରୁଥିବାବେଳେ ବଜ୍ରପାତ ହୋଇଥିଲା, ଏଥିରେ ମଧ୍ୟ ଏକ ଗାଈର ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ କୁମର ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।