Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ଗାଡ଼ି ସେକ୍ଟରରେ ପର୍ଯ୍ୟାୟକ୍ରମେ ଜିଏସ୍‌ଟି କମାଯାଉ’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ଗାଡ଼ି ସେକ୍ଟରରେ ପର୍ଯ୍ୟାୟକ୍ରମେ ଜିଏସ୍‌ଟି କମାଯାଉ’

ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତମାନ ସମୟରେ ଦେଶରେ ମାନ୍ଦାବସ୍ଥାଲାଗିରହିଥିବା ବେଳେ ଗାଡ଼ି ସେକ୍ଟରରେ ଏହାର ସର୍ବାଧିକ ପ୍ରଭାବ ପରିଲକ୍ଷିତ ହେଉଛି। ଏଭଳି ପରିସ୍ଥିତିରେ ମାନ୍ଦାବସ୍ଥାକୁ ଦୂର କରିବା ଲାଗି ସରକାର ଗାଡ଼ି ସେକ୍ଟରରୁ ଜିଏସ୍‌ଟି ହ୍ରାସ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ମାତ୍ର ବାହନ କ୍ଷେତ୍ରରୁ ସିଧାସଳଖଜିଏସ୍‌ଟି ହ୍ରାସ ନକରି ପର୍ଯ୍ୟାୟକ୍ରମେ ଏହାକୁ ହ୍ରାସ କରିବା ପ୍ରସଙ୍ଗରେ ବିଚାରବିମର୍ଶ କରିବା ଲାଗି ଦେଶର ସର୍ବବୃହତ୍ ଦୁଇଚକିଆ  ବାହନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ୍ ତରଫରୁ ସରକାରଙ୍କୁ କୁହାଯାଇଛି। କମ୍ପାନୀ କହିଛି ଯେ ସରକାରଙ୍କୁ ପ୍ରଥମ ପର୍ଯ୍ୟାୟରେ ଦୁଇଚକିଆ ଏବଂ ପରେ ଚାରିଚକିଆ ଗାଡ଼ି ଉପରେ ଟିକସ ହ୍ରାସ କରିବା ଆବଶ୍ୟକ।

କମ୍ପାନୀର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍ଓ) ନିରଞ୍ଜନ ଗୁପ୍ତା କହିଛନ୍ତି ଯେ ଏହାଦ୍ୱାରା ସରକାରଙ୍କୁ ରାଜସ୍ୱ ହାନିକୁ ପରିଚାଳନା କରିବାରେ ସହଯୋଗ ମିଳିବ। ସେହିପରି ଦେଶର ପ୍ରାୟ ୨ କୋଟି ଦୁଇଚକିଆ କ୍ରେତାଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ। ଏଥିସହିତ ଜିଏସ୍‌ଟି ହ୍ରାସ କରିବା ଦ୍ୱାରା  ସରକାରଙ୍କ ରାଜସ୍ୱ ସଂଗ୍ରହ ଉପରେ ବିପରୀତ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ମାତ୍ର ଜିଏସ୍‌ଟି ହ୍ରାସ ଯୋଗୁଁ ବିକ୍ରିରେ ବୃଦ୍ଧି ଘଟିବ ଏବଂ ଏହାଦ୍ୱାରା ରାଜସ୍ୱ ସଂଗ୍ରହରେ ସକାରାତ୍ମକ ପ୍ରଭାବ ପଡ଼ିବ। ଯାହାଦ୍ୱାରା ରାଜସ୍ୱ ଆୟରେ ସାମାନ୍ୟ ହ୍ରାସ ହେବାର ଆକଳନ କରାଯାଉଛି। ମାତ୍ର ଯଦି ଆମେ ଏହାକୁ ପର୍ଯ୍ୟାକ୍ରମେ ଲାଗୁ କରିବା ସମ୍ବନ୍ଧରେ ବିଚାର କରୁ, ତେବେ କୌଣସି ନିଷ୍କର୍ଷବାହାରିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ପ୍ରଥମ ପର୍ଯ୍ୟାୟରେ କେବଳ ଦୁଇଚକିଆ ବାହନଉପରୁ ଜିଏସ୍‌ଟି ହ୍ରାସ କରିବା ସମ୍ବନ୍ଧରେ ବିଚାର କରିପାରନ୍ତି।

ତେବେ ସରକାର ଚାହିଁଲେ ୧୫୦ ସିସି ପର୍ଯ୍ୟନ୍ତର ଇଞ୍ଜିନ୍‌ କ୍ଷମତା ବିଶିଷ୍ଟ ଦୁଇଚକିଆ ବାହନକୁ ୧୮% ଜିଏସ୍‌ଟି ସ୍ଲାବ୍‌ରେ ଅନ୍ତର୍ଭୁକ୍ତ କରିବାରୁ ଆରମ୍ଭ କରିପାରନ୍ତି। ଏହାଦ୍ୱାରା ପ୍ରାୟ ୧.୬ କୋଟି ଗ୍ରାହକଙ୍କୁ ବିଶେଷକରି ଛୋଟ ସହର ଓ ଗ୍ରାମୀଣ ଅଞ୍ଚଳର କ୍ରେତାମାନଙ୍କୁ ଲାଭ ହେବ ଏବଂ ଏହାର ସରକାରଙ୍କ ଆୟ ଉପରେ ମଧ୍ୟ ନ୍ୟୂନତମ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।