କଳକାରଖାନାକୁ ଅମ୍ଳଜାନ ସିଲିଣ୍ଡର ଯୋଗାଣ ରଦ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ହସ୍ପିଟାଲରେ ଅମ୍ଳଜାନର ଅଭାବ ଦେଖାଦେଇଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା ଦେଖାଦେଇଛି। ଏନେଇ ସରକାର ବିଦେଶରୁ ଅମ୍ଳଜାନ ସିଲିଣ୍ଡର ଆମଦାନି କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି। ଏହି ମହାମାରୀ ସମୟରେ କଳକାରଖାନାକୁ ଅମ୍ଳଜାନ ସିଲିଣ୍ଡର ଯୋଗାଣ ରଦ୍ଦ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

ଏ ସମ୍ପର୍କରେ ସମସ୍ତ ରାଜ୍ୟ ମାନଙ୍କ ସହ ଆଲୋଚନା ହୋଇଛି। କେନ୍ଦ୍ର ଗୃହ ସଚିବ ଅଜୟ ଭଲାଙ୍କ କହିବା ଅନୁସାରେ ଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ଚିକିତ୍ସା ପାଇଁ ଅମ୍ଳଜାନର ଅଭାବ ହେଉଛି। ବିଶେଷକରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ହସ୍ପିଟାଲ ମାନଙ୍କରେ ଅମ୍ଳଜାନ ସିଲିଣ୍ଡରର ଅଭାବ ଦେଖାଦେଇଛି। ତେବେ ଏହି ମହାମାରୀ ସମୟରେ କଳକାରଖାନାକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ ବନ୍ଦ କରି ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ କୁହାଯାଇଛି।