ନୂଆଦିଲ୍ଲୀ,ଏଜେନ୍ସି: କର ଲାଗୁ କରିବା ସରକାରଙ୍କ ଅଧିକାର। ଦେଶରେ ସରକାର କ୍ରିପ୍ଟୋକରେନ୍ସିକୁ ବୈଧ କରିଛନ୍ତି, କିନ୍ତୁ କ୍ରିପ୍ଟୋକ୍ୟୁରେନ୍ସିରେ ବାଣିଜ୍ୟର ଲାଭ ଉପରେ ହେବାକୁ ଥିବା ଫାଇଦା ଉପରେ ସରକାର ୩୦ ପ୍ରତିଶତ କର ଲାଗୁ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ବଜେଟ ୨୦୨୨ ବିଷୟରେ ଆଲୋଚନା କରୁଥିବାବେଳେ କ୍ରିପ୍ଟୋକରେନ୍ସି ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଏହାକୁ ନିଷେଧ କରିବା ନିଷ୍ପତ୍ତି ଉପରେ ବିଚାର ବିମର୍ଶ କରାଯିବ।
ରାଜ୍ୟସଭାରେ ବଜେଟ୍ ୨୦୨୨-୨୩ ଉପରେ ଚାଲିଥିବା ଆଲୋଚନା ସମୟରେ କ୍ରିପ୍ଟୋକରେନ୍ସି ଉପରେ ଟିକସ ଦେବାର ଆଇନଗତତା ବିଷୟରେ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଡ କଥା କହିଛନ୍ତି। ଫେବୃଆରୀ ୧ ରେ ସଂସଦରେ ବଜେଟ୍ ଉପସ୍ଥାପନ କରିବାବେଳେ ସୀତାରାମଣ କ୍ରିପ୍ଟୋକରେନ୍ସିରୁ ଲାଭ ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରିବାକୁ ଘୋଷଣା କରିଥିଲେ। ଏହା ସହିତ ଅର୍ଥମନ୍ତ୍ରୀ କହିଥିଲେ ଯେ କେବଳ ଆରବିଆଇ ଦ୍ୱାରା ପ୍ରକାଶିତ ‘ଡିଜିଟାଲ୍ ଟଙ୍କା’ ଦେଶରେ ଏକ ଡିଜିଟାଲ୍ ମୁଦ୍ରା ଭାବେ ମାନ୍ୟତା ପାଇବ।