ସୁଶାନ୍ତ ମହାନ୍ତିଙ୍କୁ ବିସିସିଆଇର ଗୁରୁଦାୟିତ୍ବ, ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ ଟି-୨୦ ସିରିଜର ଅବଜରଭର ନିଯୁକ୍ତି

କଟକ,ଏନ୍ଏନ୍ଏସ୍: ଓଡିଶା କ୍ରିକେଟ ସଙ୍ଘ ପାଇଁ ଖୁସି ଖବର। ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ସଦସ୍ୟ ସୁଶାନ୍ତ କୁମାର ମହାନ୍ତିଙ୍କୁ ମିଳିଲା ଗୁରୁ ଦାୟିତ୍ୱ। କୋଲକାତାରେ ହେବାକୁ ଥିବା ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ ଟି-୨୦ ସିରିଜରେ ଅବଜରଭର ଦାୟିତ୍ୱ ତୁଲାଇବେ ସୁଶାନ୍ତ।

ଏନେଇ ଆଜି ବିସିସିଆଇ ପକ୍ଷରୁ ମିଳିଛି ସ୍ବୀକୃତି। ଆସନ୍ତା ୧୬, ୧୮ ଓ ୨୦ ତାରିଖରେ ଖେଳାଯିବ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ। ବିସିସିଆଇର ଏହି ନିଷ୍ପତି ପରେ ଧନ୍ୟବାଦ ଜଣାଇଛି ଓଡିଶା କ୍ରିକେଟ ସଂଘ। ସେପଟେ ଆଜି(ଶୁକ୍ରବାର) ଇଣ୍ଡିଆ-ଇଣ୍ଡିଜ ତୃତୀୟ ଦିନିକିଆ ଖେଳାଯାଉଛି।