କିନ୍ନରମାନଙ୍କୁ ଆର୍ଥିକ ସହାୟତା ଦେଲେ ସରକାର

କୋରୁକୋଣ୍ଡା,ଏନ୍ଏନ୍ଏସ୍: କରୋନା ପାଇଁ ସମସ୍ତ ରାଜ୍ୟ ଲକଡାଉନରେ ରହିଥିବା ବେଳେ ଏ ନେଇ ଅନେକ ରୋଜଗାରର ପନ୍ଥାର ହରାଇ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଶନିବାର କୋଭିଡ-୧୯ ପାଇଁ କିନ୍ନରମାନକୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି।

ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟାଳୟ ବାହାରେ ସ୍ଥାନୀୟ ଅଞ୍ଚଳର ୧୫ ଜଣ କିନ୍ନରଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। କରୋନା ଲକଡାଉନ କୁନେଇ ଅନ୍ୟ ଉପଭୋକ୍ତା ମାନଙ୍କୁ ସହାୟତା ରାଶି ମିଳୁଥିବା ବେଳେ କିନ୍ନରମାନଙ୍କ ନିଜ ନିଜର ଭରଣପୋଷଣ କଷ୍ଟସାଧ୍ୟ ହୋଇପଡିଥିଲା। କିନ୍ନରମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସହାୟତା ରାଶି ଯୋଗାଇ ଦେଇଥିବାରୁ କିନ୍ନରମାନେ ଅତ୍ୟନ୍ତ ଖୁସି ଅଛନ୍ତି।

ଏହି ତାଲିକାରେ କିଛି କିନ୍ନର ବାଦ ପଡିଯାଇଛନ୍ତି। ତେବେ ବାଦ ପଡିଥିବା କିନ୍ନରମାନେ ଆବଶ୍ୟକ କାଗଜପତ୍ର ନେଇ କାର୍ଯ୍ୟାଳୟରେ ଦାଖଲ କଲେ ଆଗାମୀ ଦିନରେ ସହାୟତା ରାଶି ପାଇବେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ବଣ୍ଟନ କାର୍ୟ୍ୟ ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣୀ ଦଳେଇ, ଉପଖଣ୍ଡ ସାମାଜିକ ଅଧିକାରୀ ପଦ୍ମ ଚରଣ ଦାସ, ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, ସ୍ଵରାଜ ଲକ୍ଷ୍ମୀ, ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।