Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭଦ୍ରକର ଚରମ୍ପା ଓ ଏରେଇ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା, ବଳବତ୍ତର ରହିବ ଲକଡାଉନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭଦ୍ରକର ଚରମ୍ପା ଓ ଏରେଇ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା, ବଳବତ୍ତର ରହିବ ଲକଡାଉନ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକରେ ଆଉ ଦୁଇଟି ଅଞ୍ଚଳରୁ ଉଠିଲା କଟକଣା। ଚରମ୍ପା ଓ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରୁ ହଟାଇ ଦିଆଯିବା ସହ ଲକଡାଉନ କଟକଣା ବଳବତ୍ତର ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ନିଜେ ଟ୍ୱିଟ କରି ଜଣାଇଛନ୍ତି। ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୫ ତାରିଖଠାରୁ ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ପୁରୁଣା ବଜାର, ଚରମ୍ପା ଏବଂ ଭଦ୍ରକ ବ୍ଲକ୍ ଅଧିନସ୍ଥ ଏରେଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା।

ତେବେ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିବା ପରେ ପ୍ରଶାସନ ପକ୍ଷରୁ ପ୍ରଥମେ ପୁରୁଣା ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହର କରିନିଆଯାଇଥିଲା। ଏବେ ଚରମ୍ପା ଓ ଏରେଇଁ ଅଞ୍ଚଳରୁ କଟକଣା ହଟାଯାଇଛି। ସକାଳ ୬ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ଲୋକମାନେ ବାହାରକୁ ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ।