ବାଙ୍ଗଲାଦେଶର ଔରାକାଣ୍ଡୀରେ ସ୍କୁଲ ଖୋଲିବେ ଭାରତ ସରକାର : ମୋଦୀ

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଙ୍ଗଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ଢାକା ପହଞ୍ଚି ଔରାକାଣ୍ଡୀସ୍ଥିତ ମତୁଆ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ମୋଦୀ ମତୁଆ ସମୁଦାୟର ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଭାରତ ସରକାର ଔରାକାଣ୍ଡୀରେ ଏକ ମଧ୍ୟମ ସ୍କୁଲକୁ ଆଧୁନିକ କରିବା ସହ ଆଉ ଗୋଟିଏ ପ୍ରାଥମିକ ସ୍କୁଲ ଖୋଲିବେ।’

ମୋଦୀ ଆହୁରି କହିଛନ୍ତି ଯେ, ମୁଁ ଅନେକ ବର୍ଷରୁ ଔରାକାଣ୍ଡୀ ଆସିବାକୁ ଚାହୁଁଥିଲି। ୨୦୧୫ରେ ମୁଁ ଯେତେବେଳେ ବାଙ୍ଗଲାଦେଶ ଆସିଥିଲି ସେତେବେଳେ ଔରାକାଣ୍ଡୀ ଯିିବା ପାଇଁ ଇଚ୍ଛା ଜାହିର କରିଥିଲି।

ସୂଚନାଯୋଗ୍ୟ, ଆଜି ମୋଦୀ ୟଶୋରେଶ୍ୱରୀ କାଳୀ ମନ୍ଦିର ଯାଇ ପ୍ରଥମେ ପୂଜା ଅର୍ଚ୍ଚନା କରିଥିଲେ। ପରେ ଗୋପାଳଗଞ୍ଜ ଜିଲ୍ଲାର ତୁଙ୍ଗୀପାରାସ୍ଥିତ ବାଙ୍ଗଲାଦେଶର ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ ମୁଜୀବୁର ରେହମାନଙ୍କ ସମାଧୀକୁ ଯାଇଥିଲେ। ମୋଦୀ ଆଜି ବଙ୍ଗବନ୍ଧୁ-ବାପୁ ମ୍ୟୁଜିୟମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।