ନ୍ୟୁଜ ଚ୍ୟାନଲର ଖବର ପ୍ରସାରଣ ଉପରେ ସରକାରଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଏବଂ ଦିଲ୍ଲୀ ଦଙ୍ଗାର ଟେଲିଭିଜନ କଭରେଜ ଉପରେ ଆପତ୍ତି ଜାହିର କରି ସରକାର ନ୍ୟୁଜ ଚ୍ୟାନେଲକୁ ଶକ୍ତ ପରାମର୍ଶ ଦେଇଛନ୍ତି । ଏଥିରେ ଆଇନ ଅନ୍ତର୍ଗତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତାକୁ ପାଳନ କରିବାକୁ କୁହାଯାଇଛି ।

ଋଷ-ୟୁକ୍ରେନ ସଂଘର୍ଷର ରିର୍ପୋଟିଂ ସମୟରେ ନ୍ୟୁଜ ଆଙ୍କରଙ୍କ ଅତିରଞ୍ଜିତ ବୟାନ, ଚାଞ୍ଚଲ୍ୟକର ଟ୍ୟାଗଲାଇନ ଏବଂ ଅପୁଷ୍ଟ ସିସିଟିଭି ଫୁଟେଜ ବ୍ୟବହାର କରିବା ଆଦୌ ଠିକ୍ ନଥିଲା ।

ସେହିପରି ଉତ୍ତରୀ-ପଶ୍ଚିମୀ ଦିଲ୍ଲୀରେ ହୋଇଥିବା ଘଟଣାକୁ ଟିଭିରେ ଦେଖାଇବା ଦ୍ୱାରା ଯାଞ୍ଚ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଟିଭିରେ ହୋଇଥିବା ଚର୍ଚ୍ଚା ଉସୁକାଇବା ସହ ସାମାଜିକ ରୂପେ ଅସ୍ୱୀକାର୍ଯ୍ୟ ଭାଷାରେ ଥିଲା ବୋଲି କୁହାଯାଇଛି ।