ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ବାଲିଗୁଡ଼ା ଅବକାରୀ ବିଭାଗ ପେଟ୍ରୋଲିଂ ସମୟରେ ୧୫ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଟାଙ୍ଗି ଗ୍ରାମର ନିବନ୍ ଦିଗାଲ । ମିଳିଥିବା ରିପୋର୍ଟ ମୁତାବକ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ଼୍ରା ଗ୍ରାମ ଗଟାଙ୍ଗି ଘାଟିରେ ବାଲିଗୁଡ଼ା ଅବକାରୀ ବିଭାଗ ପେଟ୍ରୋଲିଙ୍ଗ ସମୟରେ ଗାଡ଼ି ଯାଞ୍ଚ କରୁଥିବାବେଳେ ସେଥିରୁ ଗଞ୍ଜେଇ ମିଳିଥିଲା । ପରେ ଅଭିଯୁକ୍ତକୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ବାଲିଗୁଡ଼ା ଅବକାରୀ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।