ପାକିସ୍ତାନରୁ ଡିଗ୍ରୀ ହାସଲ କରିଥିବା ପିଲାଙ୍କୁ ଭାରତରେ ମିଳିବନି ଚାକିରି

ନୂଆଦିଲ୍ଲୀ: ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଙ୍କୁ ଭାରତରେ ରୋଜଗାରର ସୁଯୋଗ ମିଳିବନି । ଏନେଇ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ଏବଂ ଏଆଇସିଟିଇ(ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ) ନୋଟିଫିକେସନ ଜାରି କରି ସୂଚନା ପ୍ରଦାନ କରିଛନ୍ତି ।

ପାକିସ୍ତାନରେ ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଉଚ୍ଚ ଶିକ୍ଷାରେ ଆଡମିସନ ମିଳିବନି । ଏହାସହ ସେମାନେ ଚାକିରି ପାଇବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ ନାହିଁ । ଖାସ୍ କଥାଟି ହେଲା, ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପାକିସ୍ତାନ ନ ଯିବାକୁ ସବୁ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି । କିନ୍ତୁ ପାକିସ୍ତାନରୁ ଭାରତ ଆସିଥିବା ଶରଣାର୍ଥୀ ଓ ଭାରତ ନାଗରିକତା ପାଇଥିବା ସେମାନଙ୍କ ପିଲାଙ୍କୁ ଭାରତରେ ଚାକିରିରି ସୁଯୋଗ ମିଳିବ ।