ସୁଧ ହାର ହ୍ରାସ କଲେ ସରକାର

ନୂଆଦିଲ୍ଲୀ, ଏଜେନ୍ସି: ପୋଷ୍ଟ ଅଫିସ୍ରେ କ୍ଷୁଦ୍ର ସଞ୍ଚୟ ଉପରେ ମିଳୁଥିବା ସୁଧ ହାରରେ ମୋଦୀ ସରକାର ହ୍ରାସ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ସ୍ଥାୟୀ ଜମା, ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍, ସୁକନ୍ୟା, ରିକ୍ୟୁରିଂ ଡିପୋଜିଟ୍, ସିନିୟର୍ ସିଟିଜେନ୍ ସ୍କିମ୍ ଓ କିଷାନ ବିକାଶପତ୍ର ଆଦି ଯୋଜନାରେ ମିଳୁଥିବା ସୁଧ ହାରରେ ୧.୧୦% ହ୍ରାସ କରିଛନ୍ତି।

ସୂଚନାଯୋଗ୍ୟ ଯେ ସରକାର  ଆର୍ଥିକ ବର୍ଷର ପ୍ରତ୍ରେକ ତ୍ରୟମାସିକରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାରକୁ ସମୀକ୍ଷା କରି ଥାଆନ୍ତି ଓ ଆବଶ୍ୟକୀୟ ସଂଶୋଧନ କରି ଥାଆନ୍ତି। ଏହି ପରମ୍ପରା ୧ ଏପ୍ରିଲ୍ ୨୦୧୬ରୁ ଚାଲି ଆସିଛି। ୧ ବର୍ଷୀୟ ଜମା ଉପରେ ୫.୫% ସୁଧରୁ ୪.୪୦%କୁ, ୨ ବର୍ଷୀୟ ଜାମା ଉପରେ ୫.୫%ରୁ ୫%, ୩ ବର୍ଷୀୟ ଜମା ଉପରେ ୫.୫୦%ରୁ ୫.୧୦%କୁ ଓ ୫ ବର୍ଷୀୟ ଜମା ଉପରେ ୬.୭୦%ରୁ ୫.୮୦%କୁ ହ୍ରାସ କରିଛନ୍ତି। ରିକ୍ୟୁରିଂ ଡିପୋଜିଟ୍ ଉପରେ ସରକାର ୭.୫%ରୁ ୬.୫%କୁ ହ୍ରାସ କରିଛନ୍ତି। ସିନିୟର୍ ସିଟିଜେନ୍ ସ୍କିମରେ ମିଳୁଥିବା ସୁଧ ହାରକୁ ୭.୪%ରୁ ୬.୫%କୁ ହ୍ରାସ କରିଛନ୍ତି। ମାସିକ ଆୟ ଜମା ଉପରେ ମିଳୁଥିବା ସୁଧ ହାର ୬.୬%ରୁ ୫.୯%କୁ ହ୍ରାସ କରିଛନ୍ତି। ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡରୁ ମିଳୁଥିବା ୬.୮% ସୁଧ ଏଣିକି ୫.୯% ହାରରେ ମିଳିବ। ଠିକ୍ ସେହିପରି ସୁକନ୍ୟା ଯୋଜନାରେ ବାର୍ଷିକ ସୁଧ ହାର ୭.୬% ପରିବର୍ତ୍ତେ ଏଣିକି ୬.୯% ମିଳିବ।