ରାଜ୍ୟରେ ସୁସ୍ଥହେଲେ ଆଉ ୧୬୧ କରୋନା ଆକ୍ରାନ୍ତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୩୭୦୯୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୫, ନୂଆପଡାରୁ ୨୨, ସୁନ୍ଦରଗଡରୁ ୧୨, ମୟୂରଭଞ୍ଜରୁ ୧୧, ଗଞ୍ଜାମରୁ ୬, ବାଲେଶ୍ୱରରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୪, ରାୟଗଡାରୁ ୪, ଅନୁଗୁଳରୁ ୩, ବରଗଡରୁ ୩, ବଲାଙ୍ଗିରରୁ ୩, ଦେବଗଡରୁ ୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ପୁରୀରୁ ୨, ସୋନପୁରରୁ ୨, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୧, ନବରଙ୍ଗପୁରରୁ ୧, ସମ୍ବଲପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି।