ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମହିଳା ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୧୦୦ ଜଣ ନାରୀ ଶିଳ୍ପୀମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳାକୁ ନେଇ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଆୟୋଜିତ ଏକ ସୁସଜ୍ଜିତ ଚିତ୍ର ପ୍ରଦର୍ଶନୀକୁ ଆଜି ସନ୍ଧ୍ୟାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟାଧୀଶ ଡ. ଏସ୍. ମୁରଲୀଧରଙ୍କ ଦ୍ଵାରା ଉଦ୍ଘାଟନ କରିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ଲଳିତ କଳା ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ପ୍ରଦର୍ଶନୀ ବୁଲାଇ ଦେଖାଇଥିଲେ। ନାରୀ ଚିତ୍ରଶିଳ୍ପୀମାନଙ୍କ ଦ୍ଵାରା ନିଖୁଣ ଭାବେ ଅଙ୍କନ କରାଯାଇଥିବା ଚିତ୍ର ଓ ଚରିତ୍ରଗୁଡ଼ିକ ଚମତ୍କାର ହୋଇଛି ବୋଲି ମାନ୍ୟବର ମୁଖ୍ୟ ବିଚାରପତି ପ୍ରକାଶ କରିଛନ୍ତି।
