୧୦ଟି ୟୁଟ୍ୟୁବ ଚ୍ୟାନେଲ୍ ବିରୋଧରେ ସରକାରଙ୍କ ଆକ୍ସନ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭୁଲ ସୂଚନା ପ୍ରସାରଣ କରୁଥିବା ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୧୦ଟି ଚ୍ୟାନାଲର ପାଖାପାଖି ୪୫ଟି ଭିଡିଓ ମନ୍ତ୍ରଣାଳୟ ଦ୍ୱାରା ବ୍ଲୋକ କରାଯାଇଛି । ବ୍ଲୋକ ହୋଇଥିବା ଭିଡିଓକୁ ପାଖାପାଖି ୧କୋଟି ୩୦ଲକ୍ଷ ଥର ଦେଖାଯାଇଥିବା ଜଣାପଡ଼ିଛି ।

ମନ୍ତ୍ରଣାଳୟ ଦ୍ୱାରା ବ୍ଲୋକ ହୋଇଥିବା କିଛି ଭିଡିଓରେ ଅଗ୍ନୀପଥ ଯୋଜନା, ଭାରତୀୟ ସଶସ୍ତ୍ର ବଳ, ଭାରତର ରାଷ୍ଟ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ କଶ୍ମୀର ଆଦି ସମ୍ବୋଧିତ ପ୍ରସଙ୍ଗରେ ଦୁଷ୍ପ୍ରଚାର କରାଯାଇଛି । ଏଥିରେ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣ ଏବଂ ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ବନ୍ଧକୁ ନେଇ ଭୁଲ ଓ ଅସମ୍ବେଦନଶୀଳ ଖବର ପ୍ରଚାର କରାଯାଇଛି ।