ଗୌରୀଶଙ୍କର ନିଶାରେ ପ୍ରକୃତି ପ୍ରେମୀ, ପେଷାରେ ଆଇନଜୀବୀ

ରାୟଗଡ଼ା,ଏନ୍ଏନ୍ଏସ୍: ଆମ ସମାଜରେ ଏମିତି ଅନେକ ଭିନ୍ନ ରୁଚି ସମ୍ପର୍ଣ୍ଣ ମଣିଷ ରହିଛନ୍ତି ଯାହାର କଳା ସଂସ୍କୃତି ଏବେ ମଧ୍ୟ ଲୁକାୟତ ହୋଇରହିଛି। ଏଭଳି ଏକ ଭିନ୍ନ ନିଶାର ମନିଷଟିକୁ ଭେଟିଛୁ ଆମେ। ପେଷାରେ ସେ ଜଣେ ଆଇନଜୀବୀ କିନ୍ତୁ ନିଶାରେ ସେ ହେଉଛନ୍ତି ଜଣେ ପ୍ରକୃତି ପ୍ରେମୀ। କୁତ୍ରିମ ଚିଡିଆଖାନା ଟିଏ କରି ନିଜେ ଆତ୍ମସନ୍ତୋଷ ଲାଭ କରିବା ସହ ସାହି ପଡୋଶୀ ଲୋକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି। ଏଭଳି ଏକ ବ୍ୟକ୍ତି ଅଛନ୍ତି ଯିଏକି ନିଜ ଘରର ପରିବେଶ ସଜାଡ଼ିବା ସହ ପାଖ ପଡ଼ୋଶୀଙ୍କୁ ଏକ ସୁନ୍ଦର ପ୍ରାଣୀ ଉଦ୍ୟାନ ଉପଭୋଗ କରିବାର ସୁଯଗ ଦେଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ରାୟଗଡ଼ା ସହର ନେହୁରୁ ନଗର ଦ୍ଵିତୀୟ ଗଳିରେ ରହୁଥିବା ଯୁବ ଆଇନଜୀବୀ ଗୌରୀଶଙ୍କର ପଟ୍ଟନାୟକ। ପେସାରେ ସେ ଜଣେ ଆଇନଜୀବୀ। ହେଲେ ପିଲାବେଳୁ ସେ ପଶୁପକ୍ଷୀଙ୍କୁ ବେଶ ଭଲ ପାଉଥିଲେ। ବୟସ ବଢ଼ିବା ସହିତ ତାହା ଏବେ ନିଶାରେ ପରିଣତ ହୋଇଯାଇଛି।

ନିଜ ଘର ପରିସରରେ ରହିଥିବା ଏକ ଛଟିଆ ସ୍ଥାନରେ ମିନି ଚିଡ଼ିଆଖାନା ନିର୍ମାଣ କରି ବିଭିନ୍ନ ପ୍ରଜାତିର ମାଛ ସାଙ୍ଗକୁ ପକ୍ଷୀ, ଗୁଣ୍ଡରୀ, ପାରା, କଇଁଛ, କୁକୁଡ଼ା, କୁକୁର ଭଳି ପଶୁ ପକ୍ଷୀ ରଖି ସେମାନଙ୍କ ଜତ୍ନ ନେଉଛନ୍ତି। ଗୌରୀଶଙ୍କରଙ୍କ ଏହି ଆକର୍ଷଣୀୟ ଚିଡ଼ିଆଖାନରେ ଆକୃଷ୍ଟ ହୋଇ ପ୍ରତ୍ୟେକ ଦିନ ସାହି ପଡୋଶୀର ଛୋଟ ଛୋଟ ପିଲା ମାନେ ଆସି ବେଶ ଉପଭୋଗ କରନ୍ତି।

ଖାଲି ସେତିକି ନୁହେଁ ସ୍ୱାସ୍ଥ୍ୟକୁ ସୁନ୍ଦର ଓ ସୁସ୍ଥ ରଖିବାକୁ ହେଲେ ଏଭଳି ପରିବେଶ ସହିତ ବ୍ୟାୟାମ ଆବଶ୍ୟକ ରହିଥିବାରୁ ପାର୍କ ପରିସରରେ ଏକ ନିଶୁଳ୍କ ଆଧୁନିକ ବ୍ୟାୟମଶାଳାର ବ୍ୟବସ୍ଥା ମଧ୍ୟ ରହିଛି। ଯାହାକି ସାଙ୍ଗ ସାଥୀ ମାନେ ଆସି ଚିଡ଼ିଆଖାନାକୁ ମନଭରି ଉପଭୋଗ କରିବା ସହିତ ବ୍ୟାୟାମଶାଳାରେ ବ୍ୟାୟାମ କରି ନିଜର ସ୍ୱାସ୍ଥ୍ୟକୁ ସୁନ୍ଦର ଓ ସୁସ୍ଥ ରଖିବାରେ ବେଶ ସହାୟକ ହେଉଛି। ଆଗକୁ ପୌରପରିଷଦ ଯଦି ତାଙ୍କର ସହାୟତା ଚାହିଁବ ତେବେ ସହର ମଧ୍ୟରେ ଏଭଳି ଏକ ଚିଡିଆଖାନା ନିର୍ମାଣ କରିବାରେ ସହାୟତାର ହାତ ବଢ଼ାଇବେ ବୋଲି କହିଛନ୍ତି ଗୌରୀଶଙ୍କର।