ସିଲ୍ ହେଲା ଭୁବନେଶ୍ୱର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିଲ୍ ହେଲା ଭୁବନେଶ୍ୱର ତହସିଲ୍ ଅଫିସ୍। ଲଗାତାର ଭାବେ ତହସିଲ୍ ଅଫିସରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ସିଲ୍ ହୋଇଛି। ଏଠାରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ପଦକ୍ଷେପ ନିଆଯାଇଛି।

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଅଫିସକୁ ସିଲ୍ କରିଛି ବିଏମସି। ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ଏହି ଅଫିସ୍ ମଧ୍ୟକୁ ଯାଇପାରିବେ ନାହିଁ। ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ଅଫିସର ୪ ଜଣ, ତହସିଲ ଅଫିସର ୩ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ।