ବାଲେଶ୍ୱରର ଜଣେ ସୁସ୍ଥ ଓ ଯାଜପୁରରେ ଜଣେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲାରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ତେବେ ସଂକ୍ରମିତ ବ୍ୟକ୍ତି ଜଣଙ୍କ କୋଲକତା ଫେରନ୍ତା ହୋଇଥିବା ବେଳେ ତାଙ୍କ ବୟସ ୫୭ ବର୍ଷ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି। ସେହିପରି ବ୍ୟକ୍ତି ଜଣଙ୍କର କଣ୍ଟାକ୍ଟଟ୍ରେସିଂ ଜାରି ରହିଛି।

ସେହିପରି ବାଲେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବାଲେଶ୍ୱରରେ ମୋଟ ଆକ୍ରାନ୍ଙ୍କ ସଂଖ୍ୟା ୨୫ ଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟରେ ଯାଜପୁରରୁ ଲଗାତାର ଭାବେ ୨ଟି କେସ ସାମ୍ନାକୁ ଆସିଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହୋଇଛି।

ଏ ନେଇ ଯାଜପୁର ଅଞ୍ଚଳରେ ପୁଣି ପରସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି ଯାହାକୁ ନେଇ ସାଧାରଣରେ ଡର ଦେଖାଯାଇଛି। ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ପହଞ୍ଚିଛି। ସେହିପରି ସୁସ୍ଥଙ୍କ ସଂଖ୍ୟା ୬୧।