ତାମିଲନାଡ଼ୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ପାଳନ କରିବାକୁ ନେଇ ବିଜେପି ଜୋରଦାର ପ୍ରସ୍ତୁତି ଚଲାଇଛି । ଏହି ପରିପ୍ରେକ୍ଷୀରେ ତାମିଲନାଡ଼ୁରେ ସେପ୍ଟେମ୍ବର ୧୭ ତାରିଖରେ ଯେଉଁ ଶିଶୁ ଜନ୍ମ ହେବେ ତାଙ୍କୁ ସୁନା ମୁଦି ଦିଆଯିବ । ଏନେଇ ରାଜ୍ୟମନ୍ତ୍ରୀ ଏଲ ମୁରୁଗନ ସୂଚନା ପ୍ରଦାନ କରିଛନ୍ତି । ଏହି ମୁଦି ପାଖାପାଖି ୨ ଗ୍ରାମ ସୁନାରେ ପ୍ରସ୍ତୁତ ହେବ ଯାହାର ମୂଲ୍ୟ ପାଖାପାଖି ୫ ହଜାର ରହିବ । ସ୍ଥାନୀୟ ୟୁନିଟ ଏହି ଦିନରେ ବିଶେଷ ହସ୍ପିଟାଲରେ ପାଖାପାଖି ୧୦ରୁ ୧୫ ପ୍ରସବର ଅନୁମାନ ରଖିଛନ୍ତି ।
ସେହିପରି ଦିଲ୍ଲୀର କନ୍ନୋଟ ପ୍ଲେସସ୍ଥିତ ଏଆରଡିଓଆର ୨.୦ ରେସ୍ତୋରାଁରେ ୫୬ ବ୍ୟଞ୍ଜନ ବିଶିଷ୍ଟ ଏକ ସ୍ୱତନ୍ତ୍ର ଥାଳି ପରଷାଯିବ । ଗ୍ରାହକଙ୍କ ପାଖରେ ଉଭୟ ଆମିଷ ଓ ନିରାମିଷର ବିକଳ୍ପ ରହିବ । ଏହି ଥାଳିର ନାମ ‘୫୬ ଇଞ୍ଚ ମୋଦି ଜୀ’ ରଖାଯାଇଛି । ରେସ୍ତୋରାଁ ମାଲି କସୁମିତ କଲାରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମୋ ମନରେ ଖୁବ୍ ସମ୍ମାନ ରହିଛି । ତାଙ୍କୁ ଜନ୍ମଦିନରେ ଏକ ସ୍ୱତନ୍ତ୍ର ଉପହାର ଦେବାକୁ ଚାହୁଁଥିବାରୁ ଏହି ଥାଳିକୁ ଲଞ୍ଚ କରିବାର ନିଷ୍ପତ୍ତି ନେଇଛୁ । ଆମେ ଚାହୁଁ ମୋଦି ଜୀ ଏଠାକୁ ଆସି ଖାଆନ୍ତୁ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହା ସମ୍ଭବ ନୁହେଁ ।