ସୁନା ଚେନ ଚୋରକୁ କାବୁ କଲେ ସ୍ଥାନୀୟ ଲୋକେ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଗୁମାଡ଼େରାସ୍ଥିତ ଏକ ଅଳଙ୍କାର ଦୋକନାରୁ ସୁନା ଚେନ ଚୋରି କରି ଫେରାର ହେଉଥିବାବେଳେ ଚୋରକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲାର ମହାରାଜ ରାଣା (୩୫) ଓ ସେ ଥର୍ମାଲ ଅଞ୍ଚଳରେ ରହି ଏକ କାରଖାନାରେ କାମ କରୁଥିବା ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ମହାଜନ ଗୁମାଡ଼େରାସ୍ଥିତ ଓଡ଼ିଶା ଅଳଙ୍କାର ନାମକ ଗହଣ ଦୋକାନକୁ ସ୍କୁଟିରେ ଆସି ଦୋକାନୀକୁ ସୁନା ଚେନ ଦେଖାଇବାକୁ କହିଥିଲା। ଦୋକାନୀ ସୁନା ଚେନ ଦେଖାଇବା ପରେ କୌଶଳ କରି ସେ ଏକ ସୁନା ଚେନ ଚୋରି କରିନେଇ ଫେରାର ହେଉଥିଲା। ଏହି ସମୟରେ ଦୋକାନୀ ଓ କର୍ମଚାରୀମାନେ ଚେନ ଚୋରୀ ହୋଇଥିବା ନେଇ ଜାଣିପାରି ଅଭିଯୁକ୍ତକୁ ଅଟକାଇ ଥିଲେ। ସେ ଦୌଡ଼ି ପଲାଉଥିବା ସମୟରେ ସ୍ଥାନୀୟ ଲୋକେ ତାକୁ କାବୁ କରି ବେଲପାହାଡ଼ ପୁଲିସକୁ ଜିମା ଦେଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।