ଖୀରେଇଟାଙ୍ଗିରୀରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ : ଭିସି ମାଧ୍ୟମରେ ଉଦବୋଧନ ଦେଲେ ନବୀନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀଠାରେ ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ  ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମୀଙ୍କୁ ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ସମେତ ପାଟଣା ବିଧାୟକ ଜଗନ୍ନାଥ ନାୟକ,ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପାଟଣା ବ୍ଲକ ଅଧକ୍ଷ ବିଶ୍ଵନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର, ରାଜ୍ୟ ସାଧାରଣ ସମ୍ପାଦକ ଅଞ୍ଜନ କୁମାରବେଜ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ପାଟଣା ବ୍ଲକ ସଭାପତି ତନ୍ମୟ କୁମାର ନାୟକ, ସାହାରପଡ଼ା ବ୍ଲକର ସଭାପତି ପ୍ରଣବ କୁମାର ପହି, ଜିଲ୍ଲା ଉପସଭାପତି ବିପ୍ଳବ କୁମାର ପୃଷ୍ଟି, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ସାହାରପଡ଼ା ବ୍ଲକର ଯୁବ ସଭାପତି ସତ୍ୟନାରାୟଣ ପଣ୍ଡାଙ୍କ ସମେତ କାନନ ବିହାରୀ ପୋହି, ରାମରାୟ ମୁନ୍ଦିୟା, ଖିରେଇଟାଙ୍ଗିରୀ ପଞ୍ଚାୟତର ସମିତି ସଭ୍ୟ ରମେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ।