ଚେନ୍ନାଇରୁ ଅପହରଣ କରି ମହାରାଷ୍ଟ୍ରରେ ଜାଳିଦେଲେ

ନୂଆଦିଲ୍ଲୀ, ଏଜେନ୍ସି: ଚେନ୍ନାଇ ବିମାନବନ୍ଦରରୁ ଜଣେ ଯବାନଙ୍କୁ ଅପହରଣ କରି ମହାରାଷ୍ଟ୍ରର ପାଲଘର ନିକଟ ଏକ ଜଙ୍ଗଲରେ ଦୁର୍ବୃତ୍ତମାନେ ଜିଅନ୍ତା ଜାଳିଦେଇଥିବା ଜଣାପଡ଼ିଛି। ଯବାନ ଜଣେ ନୌସେନା ଅଧିକାରୀ ଓ ତାଙ୍କ ନାଁ ସୁରଜ କୁମାର । ସୁରଜଙ୍କ ଘର ଝାଡ଼ଖଣ୍ଡ ରାଞ୍ଚିରେ। ସେ ତାମୁଲନାଡୁ ଆଇଏନଏ କଏମ୍ବଟୁରରେ କାର୍ଯ୍ୟରତ ଥିଲେ। ଗତ ଜାନୁଆରୀ ୩୦ ତାରିଖରେ ଛୁଟି ସାରି ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଏମ୍ବଟୁର ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ହିଁ ଅପହରଣ କରିନେଇଥିଲେ। ତା’ପରେ ତାଙ୍କୁ ପାଲଘରର ବେବାଜୀ ଜଙ୍ଗଲକୁ ନେଇଯାଇଥିଲେ। ତାଙ୍କୁ ଛାଡ଼ିବା ବଦଳରେ ପରିବାରଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ତାଙ୍କୁ ହାତ ଓ ଗୋଡ଼ ବାନ୍ଧି ଗୋଲଭାଦ୍ ନିକଟ ଜଙ୍ଗଲରେ ଜୀବନ୍ତ ପୋଡ଼ିଦେଇ ପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧାହାନୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନେଇଯାଇଥିଲେ। ସେଠାରୁ ତାଙ୍କୁ ମୁମ୍ବାଇର ନାଭାଲ ହସ୍ପିଟାଲକୁ ନିଆଯାଉଥଽା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।