ଡଷ୍ଟବିନରୁ ଶିଶୁ କନ୍ୟା ଉଦ୍ଧାର

ଧର୍ମଶାଳା,ଏନ୍ଏନ୍ଏସ୍: ବର୍ତମାନ ନବରାତ୍ର ଚାଲୁଥିବା ବେଳେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତେ ବ୍ୟସ୍ତ । କିନ୍ତୁ ଏହି ଶାରଦୀୟ ନବରାତ୍ର ସମୟରେ ମହିଳାଙ୍କୁ ସମ୍ମାନ ଦେଇ ମା’ଙ୍କୁ ଦେବୀ ରୂପେ ପୂଜା କରାଯାଉଥିବା ବେଳେ ସେପଟେ ଆଲୋଡା ହୋଇଛି ଶିଶୁ କନ୍ୟା । ଏଭଳି ଅମାନୁଷିକ ଘଟଣା ଘଟିଛି ଯାଜପୁର ଜିଲା ରସୁଲପୁର ବ୍ଲକରେ । ଯାହାକୁ ନେଇ ଦିନ ତମାମ ଚର୍ଚ୍ଚା ହୋଇଛି ଏହି ଅଂଚଳରେ ।

ଏକ ଆଲୋଡ ଶିଶୁ କନ୍ୟାକୁ କେହି ଜଣେ ଡଷ୍ଟ ବିନ୍ରେ ଭିତରେ ଫୋପାଡି ଦେଇ ଯାଇଥିବା ଦେଖିବାକୁ ମିଳିଛି । ଏହି ବ୍ଲକରେ ବୁଧବାର ସକାଳେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏକ ଡଷ୍ଟ ବିନ୍ରୁ ଏକ ଶିଶୁ କନ୍ୟାକୁ ସ୍ୱାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଅଳିଆ ସଫା କରୁଥିବା ସମୟରେ ଏହି ଡଷ୍ଟବିନ୍ରେ ଶିଶୁ କନ୍ୟାଟି ପଡିଥିବା ଦଖି କାର୍ୟ୍ୟରତ ଡାକ୍ତରଙ୍କୁ ଅବଗତ କରାଇଥିଲେ ।

ଡାକ୍ତର ତୁରନ୍ତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସଳାୟକୁ ପଠାଇ ଦେଇଥିବା ବେଳେ ଶିଶୁ ସୁରକ୍ଷା ୟୁନିଟି ଘଟଣାସ୍ଥଳରେ ପଂହଚି ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି । ମେଡିକାଲରେ ଶିଶୁଟିର ଅବସ୍ଥା ସଙ୍କଟାପନ ହେବାରୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପହିଛି । ଏଭଳି ଅମାନୁଷିକ ଘଟଣାକୁ ନେଇ ଜିଲାବ୍ୟାପି ଚର୍ଚ୍ଚା ହୋଇଛି ।