Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହ୍ରିତିକ ଓ ଟାଇଗରଙ୍କ ଆକ୍ସନର ଯୁଗଳବନ୍ଦୀ

ବୁଧବାର ବଲିଉଡ୍ ଫିଲ୍ମ ୱାର ପରଦାକୁ ଆସିଛି। ଫିଲ୍ମରେ ହ୍ରିତିକ ରୋଶନ ଓ ଟାଇଗର ସରଫଙ୍କ ଧମାଦାର ଆକ୍ସନ ଦର୍ଶକଙ୍କ ମନକୁ ଜିତିପାରିଛି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଦୁଇ କଳାକାରଙ୍କୁ ଖୁବ ବଢ଼ିଆ ଭାବେ ଫିଲ୍ମରେ ଉପଯୋଗ କରିପାରିଛନ୍ତି। ଗୋଟିଏ ପଟେ ହ୍ରିତିକ ରୋଶନ ନିଜର ଲୁକ୍, ସଶକ୍ତ ଅଭିନୟ ଓ ବଳିଷ୍ଠ ଆକ୍ସନରେ ଦର୍ଶକଙ୍କ ମନକୁ ଛୁଇଁପାରିଥିବାବେଳେ ତାଙ୍କର ଶିଷ୍ୟ ରୂପେ ଟାଇଗର ସରଫ୍ ତାଙ୍କୁ କଡା ଟକ୍କର ଦେଇଛନ୍ତି। ଯଦିଓ କାହାଣୀ ଏତେ ବଳିଷ୍ଠ ନୁହେଁ କିନ୍ତୁ ନିର୍ଦ୍ଦେଶକ ଭରପୂର ଆକ୍ସନର ଉପଯୋଗ କରି ଫିଳ୍ମଟିକୁ ଉପଭୋଗ କରିପାରିଛନ୍ତି।

ଫିଲ୍ମରେ କବୀର(ହ୍ରିତିକ) ଓ ଖାଲିଦ୍(ଟାଇଗର) ଗୁରୁ ଶିଷ୍ୟ ରୂପେ ଦେଖା ଦେଇଛନ୍ତି। କିନ୍ତୁ ଏମିତି ପରିସ୍ଥିତି ହୋଇଛିଯେ ଗୁରୁ ଶିଷ୍ୟ ପରସ୍ପର ବିରୋଧୀ ହୋଇଯାଇଛନ୍ତି। ଗୁରୁଙ୍କୁ ଧରିବା ପାଇଁ ଶିଷ୍ୟଙ୍କୁ ତାଙ୍କ ପଛରେ ଲଗାଯାଇଛି। ଫିଲ୍ମଟିରେ ଆଶ୍ଚର୍ଯ୍ୟ କରିବା ପରି ଆକ୍ସନ ଭରି ରହିଛି। କାହାଣୀରେ ଅନେକ ଟ୍ୱିଷ୍ଟ ମଧ୍ୟ ରହିଛି। କିନ୍ତୁ ଫିଲ୍ମଟିର ପ୍ରମୁଖ ଆକର୍ଷଣ ହ୍ରିତିକ ରୋଶନ ହିଁ ରହିଛନ୍ତି। ତାଙ୍କର ବଳିଷ୍ଠ ଚେହେରା, ଦମଦାର ଅଭିନୟ, ସଂଳାପ ଓ ନୃତ୍ୟ ଫିଲ୍ମଟିକୁ ସଫଳତା ଆଡକୁ ନେଇଯାଉଛି। ତାଙ୍କ ସହ ଟାଇଗର ଅନେକାଂଶରେ ଟକ୍କର ଦେଇପାରିଛନ୍ତି।

ଫିଲ୍ମର ଗୀତଗୁଡିକ ଆଗରୁ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇପାରିଛି।ଫିଲ୍ମଟି ଘୋଷଣା ହେବା ଦିନ ଠାରୁ ଦର୍ଶକ ଉତ୍କଣ୍ଠାର ସହ ଦେଖିବା ପାଇଁ ଅପେକ୍ଷା କରିଥିଲେ। ଆଉ ଦର୍ଶକଙ୍କ ଉତ୍କଣ୍ଠାକୁ ୱାର ସଫଳତାର ସହ ପୂରଣ କରିଛି। ଫିଲ୍ମଟିକୁ ଅନେକ ସମୀକ୍ଷକ ପ୍ରଶଂସା କରିବା ସହ ୩.୫ରୁ ୪ ଷ୍ଟାର ଦେଇଛନ୍ତି।