ସାରା ବିଶ୍ୱରେ ପରିଚିତ ହେବ ଏହି ଚଳଚ୍ଚିତ୍ର-ପୂର୍ବତନ ମନ୍ତ୍ରୀ

ରଙ୍ଗ ବତୀ ରଙ୍ଗେଇ ଦେଲା କୋଶଲୀ ଚଳଚ୍ଚିତ୍ର ଉନ୍ମୋଚିତ

ସଇଁନ୍ତଳା,ଏନ୍ଏନ୍ଏସ୍: ଗ୍ରାମାଞ୍ଚଳରେ କଳାକାର ମାନଙ୍କର ପ୍ରତିଭା ଲୁଚି ରହୁ ଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବିବେକାନନ୍ଦ ନାଟ୍ୟ ସଂସଦ କୃତ ପ୍ରଥମ କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ରଙ୍ଗବତୀ ରଙ୍ଗେଇ ଦେଲା ଗ୍ରାମାଞ୍ଚଳର କଳାକାର ମାନଙ୍କୁ ନେଇ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଥିବା ବେଳେ ଆଜି ଶୁଭ ମୁକ୍ତି ଉତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ତେବେ ମଦ୍ୟପାନ କରିବା ଦ୍ଵାରା ଦେହ କ୍ଷତି ହୋଇଥିବା ବେଳେ ଜୀବନ ଯିବାର ଆଶଙ୍କା ରହିଛି ବୋଲି ଏହି ଚଳଚିତ୍ର ମାଧ୍ୟମରେ ସଚେତନତା ମଧ୍ୟ କରାଯାଇଛି।

ପ୍ରଥମେ ସ୍ୱାମୀ ବିବେକାନନ୍ଦ ଓ ମା ସରସ୍ଵତୀଙ୍କ ଠାରେ ପୁଷ୍ପ ମାଲ୍ୟଦେଇ ଓ ଦୀପ ଜାଳି ଅତିଥି ମାନଙ୍କ ଦ୍ଵାରା ଶୁଭମୁକ୍ତି କରାଯାଇଥିଲା। ଏହି ଉନ୍ମୋଚିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ, ସମ୍ମାନିତ ଅତିଥି ରୂପେ ସଇଁନ୍ତଳା ସରପଞ୍ଚ ଭୀମ ସେନ ସ୍ୱାଇଁ, ଆଇନଜୀବୀ ସୁବୋଧ ମିଶ୍ର, ଚଳଚିତ୍ର ନିର୍ଦ୍ଦେଶକ ଅଭିମନ୍ୟୁ ରଣା, କବି ପ୍ରମୋଦ ବୈଠାରୁ, ପଶ୍ଚିମ ଓଡିଶାର ସୁନାମ ଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପଙ୍କଜ ଜାଲ, ଶିକ୍ଷକ ନାରାୟଣ ଜାଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉକ୍ତ ଚଳଚିତ୍ରର ଶୁଭାରମ୍ଭ କରିଥିଲେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ ମତବ୍ୟକ୍ତ କରିଥିଲେ ଯେ, ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ରଙ୍ଗେଇ ଦେବ ଓ ସମସ୍ତ ଙ୍କ ର ମନକୁ ଛୁଇଁବ ବୋଲି କହିଥିଲେ। ଏହି ରଙ୍ଗବତୀ ରଙ୍ଗେଇ ଦେଲା ଚଳଚ୍ଚିତ୍ର ଅଭିନୟ ଭୂମିକାରେ ଅମରେଶ ସାହୁ, ସଞ୍ଜନା କୁମାରୀ(ଦୀପା), ରଜତ ପଟ୍ଟନାୟକ, ଚନ୍ଦ୍ର ଚନ୍ଦନ, ବିଭୁତି ସାହୁ, ଡ଼ା. ବିଶ୍ୱଜିତ ମିଶ୍ର, ମୁନୁ, ସରକୁ, ସନ୍ୟାସୀ, ଡୋଳା, କ୍ଷେତ୍ର ଓ ଶିଶୁ କଳାକାର ଶୁଭମ, ରୋମି, ପୁରଣ ପ୍ରମୁଖ ଅଭିନୟ କରିଛନ୍ତି। ସଙ୍ଗୀତ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିମନ୍ୟୁ ରଣାଙ୍କ ରଚିତ ଚଳଚିତ୍ରରେ ପ୍ରିୟଦର୍ଶିନୀ ସାହୁ, ଅଭିମନ୍ୟୁ ରଣା ଓ ଶୁସମା ସାହୁ କଣ୍ଠଦାନ କରିଛନ୍ତି।

ସଙ୍ଗୀତ ସହଯୋଗ ପଙ୍କଜ ଜାଲ, ସାଉଣ୍ଡ ଏଡିର ଜଳନ୍ଧର ପୋଡ଼, ଭିଡ଼ିଓ ଏଡିଟର ଚନ୍ଦନ ନାଏକ ପ୍ରମୁଖ ସହଯୋଗ କରିଛନ୍ତି। ସେହିପରି ଖୁବଶୀଘ୍ର ଆରକେ ମିଡିଆ ୟୁଟୁବ ଚେନାଲରେ ମୁକ୍ତି ଲାଭ କରିବ ବୋଲି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଭିମନ୍ୟୁ ରଣା ପ୍ରକାଶ କରିଛନ୍ତି।