କରୋନା ଯୁଦ୍ଧ : ୫୯ ଲକ୍ଷ ଦାନ କଲେ ଗାଭାସ୍କର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଗାଭାସ୍କର ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ୫୯ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୫ ଲକ୍ଷ ଟଙ୍କା ଦେଇଥିବାବେଳେ ମହାରାଷ୍ଟ୍ର ସରକାରଙ୍କୁ ୨୪ ଲକ୍ଷ ଟଙ୍କା ଦେଇଛନ୍ତି।