ସରକାରଙ୍କ ତତ୍ୱାବଧାନରେ ଅନ୍ତିମ ସଂସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କର ଶବ ସଂସ୍କାର ପାଇଁ କେନ୍ଦ୍ର ସରକାର ଏକ ନିଦ୍ଦେର୍ଶନାମା ଜାରି କରିଛନ୍ତି । ଏହି ନିଦ୍ଦେର୍ଶନାମା ଆଧାରରେ କରୋନା ସଂକ୍ରମିତ ଯେଉଁ ହସ୍ପିଟାଲରେ ମୃତ୍ୟୁବରଣ କରିଥିବେ, ସେଠାରେ ମେଡିକାଲ ଟିମ ଦ୍ୱାରା ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଡାକ୍ତରଖାନା ପକ୍ଷରୁ ମର ଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର କରିବେ । ଏ ନେଇ ଓଡ଼ିଶା ସରକାରଙ୍କ କୋଭିଡ-୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।