କୋରାପୁଟ,ଏନ୍ଏନ୍ଏସ୍: କୁନ୍ଦୁରା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ରାଜସ୍ଥାନ କରୌଲି ଜିଲ୍ଲାର ଜାଲ୍ ସିଂହ ମୀନା (୩୩) ଓ ଦୌସା ଜିଲ୍ଲା ମେହେନ୍ଦିପୁରର ଅଶୋକ ମୀନା(୨୪)। ସେମାନଙ୍କଠାରୁ ଗାଡ଼ି ସହ ଗଞ୍ଜେଇ ଓ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି।
ମିଳିଥିବା ରିପୋର୍ଟ ମୁତାବିକ, ଏକ ପଣସ ବୋଝେଇ ଟ୍ରକରେ ଡଂଗରପାଉଁସୀ ଆଡୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ କୁନ୍ଦୁରା ଥାନାର ସବଇନ୍ସପେକ୍ଟର ଶିବା ରାନବିଡ଼ା ଓ ଅନ୍ୟମାନେ ଭୂଷଣଗୁଡ଼ା ଛକରେ ଯାନବାହାନ ଯାଞ୍ଚ କରିଥିଲେ। ଉକ୍ତ ଗାଡ଼ି ପହଞ୍ଚିବା ପରେ ଯାଞ୍ଚ କରିବା ବେଳକୁ ସେଥିରୁ ୬୬୧କିଲୋ ୩୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।