କୋରାପୁଟ,ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ୧କୋଟି ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଜଲାପୁଟର ବସ୍ ମାଲିକ ସୁରେଶ କୁମାର ବେନ୍ୟା, ମାଛକୁଣ୍ଡ ଥାନା କଂଟା ଗ୍ରାମର ସୁବାସ ଚନ୍ଦ ଓ ଜଲାପୁଟର ଏସ୍ ଭେଙ୍କେଟେଶ୍ ସ୍ୱାମୀ। ଏନେଇ ଜୟପୁର ଏସଡିପିଓ ଅନୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଲମତାପୁଟ ଆଡୁ ଜୟପୁରକୁ ଯାଉଥିବା ଏକ ଏଇସର୍ ଟ୍ରକରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାଙ୍କୁଡ଼ଙ୍କୁ ମିଳିଥିଲା। ସୂଚନାକୁ ଆଧାର କରି ଓଆଇସିଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ପି କେ ମହାନ୍ତି ଏବଂ ଅନ୍ୟ ପୁଲିସ କର୍ମଚାରୀ ଜବାକନାଡ଼ି ଛକରେ ଉକ୍ତ ଟ୍ରକକୁ ଅପେକ୍ଷା କରିଥିଲେ। ଟ୍ରକ୍ ପହଞ୍ôଚବା ପରେ ଯାଞ୍ଚ କରି ସେଥିରୁ ୧୦୦୮ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ। ଘଟଣାସ୍ଥଳରୁ ପୁଲିସ୍ ଜଣକୁ ଗିରଫ କରିଥିବାବେଳେ ପରେ ଅନ୍ୟ ୨ଜଣଙ୍କୁ ଗିରଫ କରବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ନଗଦ ୧ଲକ୍ଷ ୬୫ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଟାଟା ଇଣ୍ଡିଗୋ କାର୍, ଗୋଟିଏ ମୋଟର ସାଇକଲ୍ ଓ ଗଞ୍ଜେଇ ନେଇ ଯାଉଥିବା ଟ୍ରକକୁ ଜବତ କରିଛି।