ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଗଞ୍ଜାମ ଜିଲ୍ଲାରୁ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ରାଜ୍ୟରେ ଗତକାଲି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଥିବା ବେଳେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।