ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ

ସମ୍ବଲପୁର,ଏନ୍ଏନ୍ଏସ୍: ପୁଣି ହୀରାକୁଦ ଜଳଭଣ୍ତାରର ୬ଟି ଗେଟ ଖୋଲିଲା। ଜଳଭଣ୍ତାରରେ ଜଳସ୍ତର ହ୍ରାସ ପାଇଥିବାରୁ ସୋମବାର ୬ ଟି ଗେଟ ବନ୍ଦ ହୋଇଥିଲା। ମାତ୍ର ହୀରାକୁଦ ଉପର ମୁଣ୍ତରେ ଜଳସ୍ତର ବଢ଼ୁଥିବା ଲକ୍ଷ କରି ପୁଣି ୬ଟି ଗେଟ ଖୋଲାଯାଇଛି। ଗତକାଲି ସକାଳେ ଗୋଟିଏ, ମଧ୍ୟାହ୍ନରେ ୨ଟି, ପୁଣି ସନ୍ଧ୍ୟାରେ ଗୋଟିଏ ଖୋଲିଥିବା ବେଳେ ଆଜି ସକାଳେ ପୁଣି ୨ଟି ଗେଟ ଖୋଲିଛି। ଆଜି ସକାଳ ସୁଦ୍ଧା ଜଳଭଣ୍ତାର ଜଳ ସ୍ତର ୬୦୦ ଫୁଟ ରହିଛି। ସେହିପରି ଜଳଭଣ୍ତାରକୁ ସେକେଣ୍ତ ପ୍ରତି ୮୦ ହଜାର ୩୭୪ କ୍ୟୁସେକ ଜଳ ପ୍ରବେଶ କରୁଛି।