୧୧କୋଟିର ଗଂଜେଇ ଗଛ ନଷ୍ଟ

ବାଲିଗୁଡା,ଏନ୍ଏନ୍ଏସ୍ : କନ୍ଧମାଳ ଏସପିଙ୍କ ନିର୍ଦେଶ କ୍ରମେ ବାଲିଗୁଡା ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ ବେଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ଗୁଡିକୁ ଲଗାତାର କାଟି ପୋଡି ଦିଆଯାଉଛି ଏନେଇ ବୁଧବାର ଦିନ ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ପଂଚାୟତର ପୁସଙ୍ଗିଆ, ପାଲୁଙ୍କିଆ ଭଳି ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧୮ ଏକର ଜମିରେ ଚାଷ କରା ଯାଇଥିବା ଏଗାର କୋଟି ଆଠ ଲକ୍ଷ ଟଙ୍କାର ବେଆଇନ ଗଂଜେଇ ଗଛ କାଟି ମିଳିତ ଭାବେ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଛି ।

ବର୍ତ୍ତମାନ ଏହି ଗଂଜେଇ ମିଶନ ଲଗାତାର ଜାରୀ ରହିବା ସହ ସମୂଳେ ନାଶ କରାଯିବା ପାଇଁ ପ୍ରୟାସ ଜାରୀ ରହିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ।