ଗଞ୍ଜେଇ ବେପାରୀ ଗିରଫ: ୨୪ କିଲୋ ଗଞ୍ଜେଇ ଜବତ

ନିଶ୍ଚିନ୍ତକୋଇଲି, ଏନ୍ଏନ୍ଏସ୍: କଟକ ଜିଲ୍ଲା ଅବକାରୀ ବିଭାଗ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ କଟକ ଭ୍ରାମ୍ୟମାଣ ଅବକାରୀ ଦଳ, ସଦର ଆଞ୍ଚଳିକ ଦଳ ଏବଂ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଜଣେ ଚୋରା ଗଞ୍ଜେଇ ବେପାରୀକୁ ଗିରଫ କରିଥିଲା ବେଳେ ତାଙ୍କ ପାଖରେ ଥିବା ୨୪ କିଲୋ ଗଞ୍ଜେଇକୁ ଜବତ କରିଛନ୍ତି। ନତକାଇ ପଞ୍ଚାୟତ ଏକରୁଖି ଗ୍ରାମର ଚୋରା ବ୍ୟବସାୟୀ ଶରତ ଚନ୍ଦ୍ର ଲେଙ୍କା ଦୀର୍ଘ ଦିନହେବ ନିଜ ଘରେ ଏବଂ ସ୍ଥାନୀୟ ଏକ ଓମଫେଡ୍ କେନ୍ଦ୍ର ପାଖ ଭଡାଘରେ ବିଭିନ୍ନ ସ୍ଥାନରୁ ଚୋରା ଗଞ୍ଜେଇ ଆଣି ଗଚ୍ଛିତ ରଖି ଏଜେଣ୍ଟ ମାଧ୍ୟମରେ ବିକ୍ରି କରୁଥିଲେ। ଏନେଇ ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଆଜି ସକାଳେ ଅବକାରୀ ବିଭାଗ ଡେପୁଟି କମିଶନର ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଇନସପେକ୍ଟର ଅନୀତା ପ୍ରଧାନ, ସବଇନ୍ସପେକ୍ଟର ପ୍ରବୀର ସାମଲ ଓ ରାଜକିଶୋର ଜେନାଙ୍କ ସମେତ ସଦଳବଳେ ଶ୍ରୀ ଲେଙ୍କାଙ୍କ ଘର ଓ ଭଡାଘରେ ଚଢ଼ଉ କରି ଗଞ୍ଜେଇ ଜବତ କରି ବ୍ୟବସାୟୀଙ୍କୁ ଗିରଫ କରିଥିଲେ। ଆଜ କେଶ୍ ରୁଜୁ କରାଯାଇ ସଂପୃକ୍ତ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।