ସୁସ୍ଥହେଲେ ଆଉ ୬୭ କରୋନା ଆକ୍ରାନ୍ତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୩୪୪୦୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପୁରୀରୁ ସର୍ବାଧିକ ୧୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ୯ଜଣ , ସୁନ୍ଦରଗଡରୁ ୯ ଜଣ, ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୪, ଝାରସୁଗୁଡାରୁ ୪, ଯାଜପୁରରୁ ୩, ମୟୂରଭଞ୍ଜରୁ ୩, ନୂଆପଡାରୁ ୩, କଟକରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨, ସୋନପୁରରୁ ୨, ବରଗଡରୁ ୧, କଳାହାଣ୍ଡିରୁ ୧, ରାୟଗଡାରୁ ୧ ଏବଂ ଷ୍ଟଟପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।