ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ,ଏନ୍ଏନ୍ଏସ୍: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ହାଇଦର ଆଜି ଫେରାର ହୋଇଯାଇଛି। କଟକ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ୧୨ ଦିନ ତଳେ ସେ ଏସସିବିର ସର୍ଜରୀ ୱାର୍ଡର ୫ ନମ୍ବର କ୍ୟାବିନରେ ଭର୍ତ୍ତି ହୋଇଥିଲା। ବୁର୍ଲା ମେଡ଼ିକାଲରୁ ରେଫର ହୋଇ ଏସସିବିକୁ ଆସିଥିଲା ହାଇଦର।

ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସମ୍ବଲପୁର ସର୍କଲ ଜେଲରେ କେନ୍ଦୁଝରର ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟାକାଣ୍ଡରେ ଦେଶୀ ସାବ୍ୟସ୍ତ ହୋଇ ବନ୍ଦି ଜୀବନ ବିତାଉଥିଲା ହାଇଦର। ଜେଲରେ ସେ ଅସୁସ୍ଥ ହେବାରୁ ତାକୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାକୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।