ଘାଟିରୁ ଟ୍ରକ୍ ଖସି ୧୦ ମୃତ, ୩୦ ଗୁରୁତର

ଇଟ୍ଟୱା,ଏଜେନ୍ସି: ଉତ୍ତରପ୍ରଦେଶର ଇଟ୍ଟାୱା ଜିଲ୍ଲାରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଘାଟିରୁ ଟ୍ରକ୍ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଡିସିଏମର ଏକ ଟ୍ରକ୍ ଇଟ୍ଟାୱା ଜିଲ୍ଲାର କସାୱା ଅଞ୍ଚଳ ଦେଇ ଯାଉଥିବାବେଳେ ଏକ ଘାଟିରେ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଏହି ସମୟରେ ଟ୍ରକରେ ୪୦ରୁ ୫୦ ଜଣ ଲୋକ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ଇଟ୍ଟାୱା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ମୃତ ଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।