ଗଜପତି ଏଡିଏମ କରୁଣାକର ରାଇକାଙ୍କ ଦେହାନ୍ତ

ଗଜପତି,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଆଜି ଦେହାନ୍ତ ହୋଇଛି ।  ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର  ମୃତ୍ୟୁ ହୋଇଛି । ହେଲେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି। ତାଙ୍କର ସ୍ୱାବ୍ ସଂଗ୍ରହ କରି ଟେଷ୍ଟ ପାଇଁ ଯାଇଛି, ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।