ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଶ୍ରୀ ପଟ୍ଟନାୟକ ଅନେକ ଦିନ ହେଲା ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି।

ସୂଚନା ଅନୁଯାୟୀ, ଶ୍ରୀ ପଟ୍ଟନାୟକ ୧୯୭୬ ବ୍ୟାଚର ଜଣେ ସୁଦକ୍ଷ ଆଇଏଏସ୍ ଅଧିକାରୀ ଥିଲେ। ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ  ପ୍ରାଧାନ୍ୟ ଦେଉଥିଲେ। ତାଙ୍କ ଜୀବନରେ ସେ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୋଇନଥିଲେ। ଏଥିପାଇଁ ତାଙ୍କୁ ଅନେକ ସମୟରେ ବହୁ ବିବାଦର ସାମ୍ନା କରିବାକୁ ପଡିଥିଲା। ‘ଭୁବନେଶ୍ୱର କ୍ଲବ’ର ସେ ପ୍ରତିଷ୍ଠାତା ତଥା ଏହାର ସଭାପତି ଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ମରଶରୀର ଆସନ୍ତାକାଲି ଭୁବନେଶ୍ୱର ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।