ମଲବାହି ଟ୍ରେନ୍ ଲାଇନ୍‌ଚ୍ୟୁତ, ବିଶାଖାପାଟନମ୍-କୋରାପୁଟ ଏକ୍ସପ୍ରେସ ଟ୍ରେନ୍ ବାତିଲ

ବରଗଡ଼,ଏନ୍ଏନ୍ଏସ୍: କୋରାପୁଟ ନନ୍ଦପୁର ନିକଟ ଭେଜା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। କିରନ୍ଦୁଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଲୁହା ପଥର ବୋଝେଇ ୬ ବଗି ଲାଇନ୍‌ଚ୍ୟୁତ ହୋଇଛନ୍ତି। ଆଜି ଭୋର ର୍ପାୟ ୩ଟା ସମୟରେ କୋରାପୁଟ ପଦୁଆ ରେଳ ଷ୍ଟେସନ ନିକଟ କୋରାପୁଟ ଷ୍ଟେସନଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଘଟଣା ଘଟିଛି।

ଏହି ଦୁର୍ଘଟଣା ପରେ ବହୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନାପାଇ କୋରାପୁଟରୁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି। ଏହି ଦୁର୍ଘଟଣାକୁ ନଜରରେ ରଖି ବିଶାଖାପାଟନମ୍-କୋରାପୁଟ-କିରନ୍ଦୁଲ ଏବଂ କିରନ୍ଦୁଲ-କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ ଟ୍ରେନଗୁଡିକ ବାତିଲ କରାଯାଇଛି।