ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ ରୋଗୀଙ୍କୁ ମାଗଣା ଚିକିତ୍ସା

ମହାରାଷ୍ଟ୍ର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ସମୟରେ ବ୍ଲାକ ଫଙ୍ଗସ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ବ୍ଲାକ ଫଙ୍ଗସ ପୀଡ଼ିତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଏହି ସୁବିଧା ଯୋଗାଇ ଦିଆଯିବ। ଏଥିସହିତ ବ୍ୟବୟବହୁଳ ଆଣ୍ଟି ଫଙ୍ଗଲ ମେଡିସନର ଦାମ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଚେଷ୍ଟା କରାଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟପ୍ପେ କହିଛନ୍ତି।