ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣାରେ ଜୀବନ ପ୍ରମାଣପତ୍ର ପ୍ରଦାନ

ବାଲିଗୁଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-କୋଷାଗାର କାର୍ଯ୍ୟଳୟ ଠାରେ ବିନା ଶୁଳ୍କରେ ପେନ୍‌ସନ୍‌ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ’ ସେବା କେନ୍ଦ୍ରରେ ସହାୟତା କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ସ୍ଥାନୀୟ ଉପ-କୋଷାଗାର ଅଧିକାରୀ ସୁଧାକର କହଁର ମୋ’ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଜିତେନ୍ଦ୍ର କୁମାର ସାହୁ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ବାଲିଗୁଡା ଅଞ୍ଚଳର ବହୁ ପେନ୍‌ସନ୍‌ ଉପଭୋକ୍ତା ନିଜ ନିଜର ଆଧାର କାର୍ଡ, ପେନ୍‌ସନ୍‌ ବହି, ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇ ବହୁତ ଖୁସି ଅନୁଭବ କରିଥିଲେ। ମୋ’ ସେବା କେନ୍ଦ୍ର ମାଧ୍ୟମରେ ପେନ୍‌ସନ୍‌ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି। ରାଜ୍ୟ ସରକାରଙ୍କ ଏହି ଭଳି ଜନହିତକର ଯୋଜନାକୁ ପେନସନ ଉପଭୋକ୍ତା କୃତଜ୍ଞତା ଜଣାଇଛନ୍ତି।