ଇମ୍ରାନଙ୍କ ଗୁଳିମାଡ଼ ଉପରେ ଭାରତର ପ୍ରତିକ୍ରିୟା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଜି ଗୁଳିମାଡ଼ର ଶିକାର ହୋଇଛନ୍ତି । ଟିଭିରେ ଦେଖିବାକୁ ମିଳିଥିବା ଫୁଟେଜ ଅନୁସାରେ ଇମ୍ରାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଏନେଇ ଭାରତ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ, ଏହି ଘଟଣାକ୍ରମ ତୁରନ୍ତ ହିଁ ହୋଇଛି । ଆମେ ଏହା ଉପରେ ନଜର ରଖିଛୁ । ସେଥିପାଇଁ ଏବେ ବେଶି କିଛି କହିବା ସମ୍ଭବ ନୁହେଁ ।

ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କୁ ହସ୍ପିଟାଲରେ ଭର୍ତ୍ତ କରାଯାଇଥିବା ବେଳେ ସେ ଏବେ ବିପଦମୁକ୍ତ ଅଛନ୍ତି ।