ଚେନ୍ନାଇ,ଏଜେନ୍ସି: କରୋନା ସଂକ୍ରମଣ ହେତୁ ଦେଶର ସମସ୍ତ ରାଜ୍ୟରେ ପାଠପଢା ବ୍ୟାହତ ହୋଇଛି। କରୋନା ମହାମାରୀ ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଛି। ତେଣୁ ତାମିଲନାଡୁ ସରକାର ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ପାଇଁ ମାଗଣା ଡାଟାକାର୍ଡ ଯୋଗାଇବାକୁ ନିଷ୍ପତ୍ତି କରିଛନ୍ତି।
ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ମାଗଣାରେ ୨ ଜିବିର ଇଣ୍ଟରନେଟ୍ ଡାଟା କାର୍ଡ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସହଜରେ ଅନଲାଇନ କ୍ଲାସରେ ଯୋଗଦେବା ସହିତ ଆବଶ୍ୟକ ଷ୍ଟଡି ମ୍ୟାଟେରିଆଲ୍ ଡାଉନଲୋଡ୍ ମଧ୍ୟ କରିପାରିବେ।
ଏହି ସୁବିଧା ସରକାରୀ ସ୍କୁଲ୍, ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ତଥା ସରକାରୀ ପଲିଟେକନିକ୍ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ସୂଚନାନୁସାରେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ୯ ଲକ୍ଷ ୬୯ ହଜାର ୪୭ ଜଣ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ।