ବିହାରରେ ମଧ୍ୟ ମାଗଣାରେ ହେବ କୋଭିଡ ଟିକାକରଣ

ବିହାର,ଏଜେନ୍ସି: ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ପରେ ପଞ୍ଚମ ରାଜ୍ୟ ଭାବେ ବିହାର ବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣା ଟିକାକରଣ କରାଯିବ।

ଟିକାକରଣର ତୃତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ହାତକୁ କ୍ଷମତା ଆସିବା ପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସମସ୍ତଙ୍କୁ ଯେପରି ଏହି ପ୍ରକ୍ରିୟାରେ ସାମିଲ କରାଯାଇ ପାରିବ ସେନେଇ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।