ଜୁଆଡିଙ୍କ ଆକ୍ରମଣରେ ୪ ଜଣ ପୁଲିସ ଆହତ

ଗଜପତି,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଢା ଗାଁରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରିବାକୁ ଯାଇଥିଲା। ଏହି ସମୟରେ ଜୁଆଡିମାନେ ପୁଲିସ ଭ୍ୟାନକୁ ପଥର ମାଡ଼ କରିଥିଲେ। ପଥରମାଡ଼ରେ ଗୁରାଣ୍ଡିଥାନା ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ପରେ ପାରଳାଖେମୁଣ୍ଡି ଏସଡିପିଓ ଓ ତହସିଲଦାର ଘଟଣାସ୍ଥଳକୁ ଅନୁଧ୍ୟାନ କରିଛନ୍ତି।

ସେହିପରି ବୁଧବାର ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଲ୍ଲୀନଗର ଛକରେ ଲୋକେ ପୁଲିସକୁ ନିସ୍ତୁକ ମାଡ଼ ମାରିବା ସହିତ ପୁଲିସ ଭ୍ୟାନକୁ ଜାଳି ଦେଇଥିଲେ।